Thursday, January 19, 2012

Chaasi Aau Dhaan


Chasi Aau Dhaan
ଲୋକ ଜମାଲେ ମିଟିଂଗ୍ କଲେ
ବାବୁ ବେପାରୀ ଗୁଟେ ହେଲେ
ଏକଲା ଚାସୀ ପରେସାନ୍
ଚାସୀ କହାକେ ଦେବା ତାର୍ ଧାନ୍ ?

କେ ବଏଲା ପାଂଚ୍ ପାଂଚ୍ କେ ବଏଲା ଛଅ
କେ ବଏଲା ଏତକୀ ଦେମୀ କମ୍ ପଡିଯିବା ନଅ
କେ ମଗାଲା ଚାହା ପକଡି କେ ମଗାଲା ପାନ
ଚାସୀ କହାକେ ଦେବା ତାର୍ ଧାନ୍ ?

ବଛର୍ ଜାକର୍ ଝାଲ୍ ବୁହାଲା ସୀତ୍ ବଏରସା ଖରା
ଆଝିର୍ ଆସିଁ ପରହର୍ ଲୁକେ ଭାତେ ପକେଇ  କିରା
କେ ଡାକୁଛେ ବାହା କେ ଧରି କେ ଦଉଛେ ଜ୍ଞ
ଚାସୀ କହାକେ ଦେବା ତାର୍ ଧାନ୍ ?

ବୁନା ବେଲର୍ ଖରା ଚୁଟେଂ ମାଏଟ୍ ଜାଏସୀ ଫାଟି
ମାଡେନ୍ ଉପରେଁ କଲିଆ ବାଦଲ୍ ମନ ଜାଏ ସର୍ପଟି
ମୁଲ୍ କାଲାନୁ ସରଲା ଯାକିର୍ ଚାସିର୍ ବେକେଁ ଫାନ୍
ଚାସୀ କହାକେ ଦେବା ତାର୍ ଧାନ୍ ?

ଧରତୀ ମାତା ଇନ୍ଦର୍ ରାଜା ବୁଝବ ତୁମେ ଦିନେ
ମରି ଆସିଛେ ମରି ଗଲେଂ ବି ଚାସୀ କେଭେଂ ନIଈ ମାନେ
ମରି ମରି ବି ରଖୁ ଥିବା  ସେ ମାଏଟ୍ ମାତାର୍ ମାନ.
ଚାସୀ ଥିବା ଥିବା ଆଉ ଦୌଥିବା ଖାଲି ଧାନ୍ ଧାନ୍ ଆଉ ଧାନ୍
.
                                                              Brundaban Sahu, Haldipali, Bargarh