Chasi Aau Dhaan
ଲୋକ ଜମାଲେ ମିଟିଂଗ୍ କଲେ
ବାବୁ ବେପାରୀ ଗୁଟେ ହେଲେ
ଏକଲା ଚାସୀ ପରେସାନ୍
ଚାସୀ କହାକେ ଦେବା ତାର୍ ଧାନ୍ ?
କେ ବଏଲା ପାଂଚ୍ ପାଂଚ୍ ସ କେ ବଏଲା ଛଅ ସ
କେ ବଏଲା ଏତକୀ ଦେମୀ କମ୍ ପଡିଯିବା ନଅ ସ
କେ ମଗାଲା ଚାହା ପକଡି କେ ମଗାଲା ପାନ
ଚାସୀ କହାକେ ଦେବା ତାର୍ ଧାନ୍ ?
ବଛର୍ ଜାକର୍ ଝାଲ୍ ବୁହାଲା ସୀତ୍ ବଏରସା ଖରା
ଆଝିର୍ ଆସିଁ ପରହର୍ ଲୁକେ ଭାତେ ପକେଇ କିରା
କେ ଡାକୁଛେ ବାହା କେ ଧରି କେ ଦଉଛେ ଜ୍ଞ।ନ
ଚାସୀ କହାକେ ଦେବା ତାର୍ ଧାନ୍ ?
ବୁନା ବେଲର୍ ଖରା ର ଚୁଟେଂ ମାଏଟ୍ ଜାଏସୀ ଫାଟି
ମାଡେନ୍ ଉପରେଁ କଲିଆ ବାଦଲ୍ ମନ ଜାଏ ସର୍ପଟି
ଇ ମୁଲ୍ କାଲାନୁ ସରଲା ଯାକିର୍ ଚାସିର୍ ବେକେଁ ଫାନ୍
ଚାସୀ କହାକେ ଦେବା ତାର୍ ଧାନ୍ ?
ଧରତୀ ମାତା ଇନ୍ଦର୍ ରାଜା ବୁଝବ ତୁମେ ଦିନେ
ମରି ଆସିଛେ ମରି ଗଲେଂ ବି ଚାସୀ କେଭେଂ ନIଈ ମାନେ
ମରି ମରି ବି ରଖୁ ଥିବା ସେ ମାଏଟ୍ ମାତାର୍ ମାନ.
ଚାସୀ ଦ ଉ ଥିବା ଦ ଉ ଥିବା ଆଉ ଦୌଥିବା ଖାଲି ଧାନ୍ ଧାନ୍ ଆଉ ଧାନ୍ .
Brundaban Sahu, Haldipali, Bargarh
ବାବୁ ବେପାରୀ ଗୁଟେ ହେଲେ
ଏକଲା ଚାସୀ ପରେସାନ୍
ଚାସୀ କହାକେ ଦେବା ତାର୍ ଧାନ୍ ?
କେ ବଏଲା ପାଂଚ୍ ପାଂଚ୍ ସ କେ ବଏଲା ଛଅ ସ
କେ ବଏଲା ଏତକୀ ଦେମୀ କମ୍ ପଡିଯିବା ନଅ ସ
କେ ମଗାଲା ଚାହା ପକଡି କେ ମଗାଲା ପାନ
ଚାସୀ କହାକେ ଦେବା ତାର୍ ଧାନ୍ ?
ବଛର୍ ଜାକର୍ ଝାଲ୍ ବୁହାଲା ସୀତ୍ ବଏରସା ଖରା
ଆଝିର୍ ଆସିଁ ପରହର୍ ଲୁକେ ଭାତେ ପକେଇ କିରା
କେ ଡାକୁଛେ ବାହା କେ ଧରି କେ ଦଉଛେ ଜ୍ଞ।ନ
ଚାସୀ କହାକେ ଦେବା ତାର୍ ଧାନ୍ ?
ବୁନା ବେଲର୍ ଖରା ର ଚୁଟେଂ ମାଏଟ୍ ଜାଏସୀ ଫାଟି
ମାଡେନ୍ ଉପରେଁ କଲିଆ ବାଦଲ୍ ମନ ଜାଏ ସର୍ପଟି
ଇ ମୁଲ୍ କାଲାନୁ ସରଲା ଯାକିର୍ ଚାସିର୍ ବେକେଁ ଫାନ୍
ଚାସୀ କହାକେ ଦେବା ତାର୍ ଧାନ୍ ?
ଧରତୀ ମାତା ଇନ୍ଦର୍ ରାଜା ବୁଝବ ତୁମେ ଦିନେ
ମରି ଆସିଛେ ମରି ଗଲେଂ ବି ଚାସୀ କେଭେଂ ନIଈ ମାନେ
ମରି ମରି ବି ରଖୁ ଥିବା ସେ ମାଏଟ୍ ମାତାର୍ ମାନ.
ଚାସୀ ଦ ଉ ଥିବା ଦ ଉ ଥିବା ଆଉ ଦୌଥିବା ଖାଲି ଧାନ୍ ଧାନ୍ ଆଉ ଧାନ୍ .
Brundaban Sahu, Haldipali, Bargarh
No comments:
Post a Comment